ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି ହେଲେ ରାଜ୍ୟରୁ ତାତିରୁ ନିସ୍ତାର ମିଳୁନି । ରାଜ୍ୟରେ ଡହଡହ ଖରା ସାଙ୍ଗକୁ ପ୍ରବଳ ଗୁଳିଗୁଳି ଓ ଗରମ ଅନୁଭୂତ ହେଉଛି । ଆଗାମୀ ୪୮ ଘଣ୍ଟା ରାଜ୍ୟରେ ଗୁଳୁଗୁଳି ଏଭଳି ଜାରି ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
ଦୁର୍ବଳ ମୌସୁମୀ ପ୍ରବାହ ଯୋଗୁଁ ଉପକୂଳ ଓଡିଶାରେ ବୃଦ୍ଧି ପାଉଛି ଦିନ ତାପମାତ୍ରା । ଦିନତାପମାତ୍ରା ସ୍ୱାଭାବିକଠୁ ୩ ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନତମାନ ୬୦ ପ୍ରତିଶତରୁ ଅଧିକ ରହୁଛି ଆଦ୍ରାତା । ଯେଉଁଥପାଇଁ ଅଧିକ ଗରମ ହେଉଛି । ବର୍ଷା ନହେବା ଯାଏଁ ପାଗ ଏହିଭଳି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଅନ୍ୟପଟେ ସେପ୍ଟମ୍ବରରେ ପ୍ରଥମ ଦୁଇ ସପ୍ତାହ ଭଲ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଆଗ ପଛ ହୋଇ ଦୁଇଟି ଲଘୁଚାପ ରହିଛି ।