ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ତଥା ମାଲାକାନଗିରି, କୋରାପୁଟ ଏବଂ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲା ତଥା ରାୟଗଡା , କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବରଗଡ, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ସୋନପୁର ଏବଂ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ସ୍ଥାନରେ ୭୦ ରୁ ୨୦୦ ମିମି ଏବଂ ୟେଲୋ ଆଲର୍ଟ ଜାରି ହୋଇଥିବା ସ୍ଥାନରେ ୭୦ ରୁ ୧୧୦ ମିମି ଯାଏଁ ବର୍ଷା ହୋଇପାରେ ।