ଏଟିଆର ବ୍ୟୁରୋ: ଏଣିକି କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡିରେ ଲାଗିବ VLT(ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ ବଟନ୍) । ଏନେଇ ରାଜ୍ୟ ପରିବହନ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେପ୍ଟମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ ସଂଯୋଗ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଅକ୍ଟୋବର ପହିଲାରୁ ନୂଆ ଗାଡି ପଞ୍ଜିକୃତ ସମୟରେ ଭିଏଲଟି ଓ ପାନିକ୍ ବଟନ୍ ଲଗାଇବାର ନିୟମ ଆଣିଛି ପରିବହନ ବିଭାଗ । ଏହି ଡିଭାଇସ ନଲଗେଇଲେ ପଞ୍ଜିକରଣ କରିପାରିବେନି ନୂଆ ଗାଡି ମାଲିକ । ଆମ୍ବୁଲାନ୍ସ, ଶିକ୍ଷାନୁଷ୍ଠାନ ବସ୍, ସମସ୍ତ କ୍ୟାବ୍ ମୋଟର କ୍ୟାବ୍, ଓମିନି ବସ୍, ଘରୋଇ ସେବା ଗାଡି, ଯାତ୍ରୀବାହି ବସ୍, ନେସନାଲ କରମିଟ ଥିବା ପରିବହନ ଗାଡି ପାଇଁ ଏହି ଡିଭାଇସ ଲଗାଇବା ବାଧ୍ୟତାମୂଳକ । ଏହି ଡିଭାଇସ ଲଗାଇବା ନେଇ ଗତ ଜୁଲାଇ ୧୭ ରେ ନୋଟିଫିକେସନ ଜାରି କରିଥିଲା ରାଜ୍ୟ ପରିବହନ ବିଭାଗ ।