ଏଟିଆର ବ୍ୟୁରୋ: ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ଆରାଧନାର ବିଶେଷ ମହତ୍ୱ ରହିିଛି । ପ୍ରତ୍ୟେକ ମାସରେ ଭଗବାନ ବିଷ୍ଣୁଙ୍କ ବିଶେଷ ଉପାସନା ପାଇଁ ଏକାଦଶୀ ବ୍ରତ ରଖାଯାଇଥାଏ । ବର୍ଷକ ମଧ୍ୟରେ ମୋଟ ୨୪ ଟି ଏକାଦଶୀ ପଡିଥାଏ । ଏହିଦିନ ଶ୍ରୀ ହରି ବିଷ୍ଣୁଙ୍କ ଉପାସନା କରିବା ଏବଂ ପୂଜା-ପାଠ, ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହାସହିତ ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କ ସମର୍ପିତ କିଛି ବିଶେଷ ମନ୍ତ୍ର ଉଲ୍ଲେଖ ଅଛି । ଯାହାକୁ ଏକାଦଶୀରେ ଜପିବା ଦ୍ୱାରା ବିଷ୍ଣୁ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଏକାଦଶୀ ବ୍ରତର ପ୍ରଭାବଶାଳୀ ମନ୍ତ୍ର:
୧ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ
ହେନାଥ ନାରାୟଣ ବାସୁଦେବାୟ । ।
୨ ଓଁ ନାରାୟଣ ବିଦ୍ମହେ ।
ବାସୁଦେବାୟ ଧୀମହି ।
ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍ । ।
୩ ଓଁ ବିଷ୍ଣବେ ନମଃ । ।
ଧନ-ସମୃଦ୍ଧି ମନ୍ତ୍ର:
ଓଁ ଭୁରିଦା ଭୁରି ଦେହିନୋ, ମା ଦଭ୍ରଂ ଭୁର୍ଯ୍ୟା ଭରା ଭୁରି ଘେଦିନ୍ଦ୍ର ଦିତ୍ସାସି ।
ଓଁ ଭୁରିଦା ତ୍ୟାସି ଶୃତଃ ପୁରୁତ୍ରା ଶୁର ବୃତ୍ରହନ୍ ଆ ନୋ ଭଜସ୍ୱ ରାଧାସି । ।