ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଏଭଳି ଏକ ସ୍ଥାନ ରହିଛି ଯାହାର ଉନ୍ମୋଚନ କରିବା ନା ବିଜ୍ଞାନ ପକ୍ଷରେ ସମ୍ଭବ ହୋଇପାରିଛି ନା ମନୁଷ୍ୟଙ୍କ କ୍ଷେତ୍ରରେ।
ସେହି ସ୍ଥାନ ହେଉଛି ବରମୁଡା ଟ୍ରାଏଙ୍ଗଲ । ଏହାକୁ ବିଶ୍ୱର ସବୁଠାରୁ ରହସ୍ୟମୟ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଦୀର୍ଘ ୧୦୦ ବର୍ଷ ଧରି ରହିଛି ରହସ୍ୟ ଘେରରେ । ଯିଏ ଏହାର ଗୁମର ଖୋଯିବାକୁ ଯାଇଛି ସିଏ ହୋଇଛି ଗାୟବ । ମନୁଷ୍ୟ ପକ୍ଷରେ ଏହାର କାରଣ ଜାଣିବା ସମ୍ପୂର୍ଣ ଅସମ୍ଭବ।
ବରମୁଡା ଟ୍ରାଏଙ୍ଗଲ ଉତ୍ତର ଆଣ୍ଟଲାଟିକ ମହାସାଗର ସ୍ଥିତ ବ୍ରିଟେନର ପ୍ରବାସୀ କ୍ଷେତ୍ର । ଏହା ସଂଯୁକ୍ତ ରାଜ୍ୟ ଆମେରିକାର ପୂର୍ବତଟ ମିୟାମି ଠାରୁ ପାଖାପାଖି ୧୭୭୦ କିଲୋମିଟର ଏବଂ କାନାଡ଼ା ସ୍ଥିତ ହାଲିଫ୍ୟାକ୍ସ, ନୋୱା ସ୍କୋଟିୟାର ଦକ୍ଷିଣକୁ ପ୍ରାୟ ୧୩୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ‘ଡେୱିଲ୍ସ ଟ୍ରାଏଙ୍ଗଲ’ ନାମରେ ମଧ୍ୟ ବେଶ ପରିଚିତ। ସୂଚନା ମୁତାବକ ଗତ ୧୦୦ ବର୍ଷରେ ଏଠାରେ ପାଖାପାଖି ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି।
ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ବରମୁଡା ଟ୍ରାଏଙ୍ଗଲରେ ପ୍ରାୟ ଚାରୋଟି ଏୟାରକ୍ରାଫ୍ଟ ଏବଂ ୨୦ ଟି ଜାହାଜ ନିଖୋଜ ହୋଇଥାଏ। ଯେତେବେଳେ କୌଣସି ବିମାନ ବରମୁଡା ଟ୍ରାଏଙ୍ଗଲର ଉପରେ କିମ୍ବା ଏହାର ଆଖ ପାଖରେ ନଜର ଆସିଥାଏ, ତାହା ଫେରିବା ଅସମ୍ଭବ। ଏପରିକି ତାହାର ସୂଚନା ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ଯାହା ଜଣାପଡିଛି ବର୍ତ୍ତମାନ ସୁଦ୍ଧା ଏଠାରେ ପାଖାପାଖି ୨୦୦୦ରୁ ଅଧିକ ପାଣି ଜାହାଜ ଏବଂ ୭୫ଟି ଉଡାଜାହାଜ ନିଖୋଜ ହୋଇସାରିଛି । ୧୯୪୫ ମସିହାରେ ଆମେରିକୀୟ ନେଭିର ପାଞ୍ଚଟି ଏଭେଞ୍ଜର ଟାରପିଡୋ ବମ୍ବର୍ସ ବିମାନ ୯୦ ମିନିଟ ମଧ୍ୟରେ ଏହି ଟ୍ରାଏଙ୍ଗଲରେ ନିଖୋଜ ହୋଇଯାଇଥିଲା। ଫ୍ଲୋରିଡାର ଫୋର୍ଟ ଲାଡ୍ରେଡାଲେରୁ ଏହି ବିମାନଗୁଡିକ ଟେକଅଫ କରିଥିଲା। କିନ୍ତୁ ବରମୁଡା ଟ୍ରାଏଙ୍ଗଲର ନିକଟବର୍ତ୍ତୀ ହେବା ମାତ୍ରେ ଏହି ବିମାନ ଗୁଡିକର ରେଡିଓ ଅପରେଟର୍ସ ପାଖରେ ଥିବା ଦିଗସୂଚକ ଯନ୍ତ୍ର ବା କମ୍ପାସ କାମ କରିନଥିଲା ଯାହାପରେ ସଂପର୍କ ବିଚ୍ଛେଦ ହୋଇ ନିଖୋଜ ହୋଇଥିଲା ସମସ୍ତ ଏୟାରକ୍ରାପ୍ଟ ।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ବରମୁଡା ଟ୍ରାଏଙ୍ଗଲ ହେଉଛି ଏକ ଶକ୍ତିଶାଳୀ ଚୁମ୍ବକିୟ କ୍ଷେତ୍ର ।ଯାହା କାରଣରୁ ଜାହାଜରେ ଲାଗିଥିବା ଉପକରଣ ଏଠାରେ ପହଞ୍ଚିବା ପୂର୍ବରୁ ହିଁ କାମ କରିବା ବନ୍ଦ କରିଦେଇଥାଏ। ଫଳରେ ଜାହାଜଟି ଭୁଲ ମାର୍ଗରେ ଚାଲିଯାଇଥାଏ ଅଥବା ଦୁର୍ଘଟଣାର ଶିକାର ହୋଇଥାଏ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପଛର ସତ୍ୟତା କେହି ମଧ୍ୟ ଜାଣିନାହାନ୍ତି।ଟ୍ଟଟ୍ଟ
ଇତିହାସ ଅନୁଯାୟୀ, ସର୍ବପ୍ରଥମେ କ୍ରିଷ୍ଟୋଫର କଲମ୍ବସ ଦୁନିଆକୁ ଏହି ରହସ୍ୟମୟ ସ୍ଥାନ ବରମୁଡା ଟ୍ରାଏଙ୍ଗଲ ବିଷୟରେ ସୂଚନା ଦେଇଥିଲେ। ସେ ବରମୁଡା ଟ୍ରାଏଙ୍ଗଲ ପାଖରେ ପହଞ୍ଚିବା ପରେ ତାଙ୍କ ଜାହାଜର କମ୍ପାସ କାମ କରିବା ବନ୍ଦ ହୋଇଯାଇଥିଲା ବୋଲି, ସେ
ନିଜର ଲେଖା ମାଧ୍ୟମରେ ଜଣାଇଥିଲେ। ଯାହାପରେ ଆକାଶମାର୍ଗରେ କିଛି ବିଚିତ୍ର ନିଆଁ ପିଣ୍ଡୁଳା ଦେଖିବାକୁ ମିଳିଥିଲା । ତେବେ ଆଜି ଯାଏଁ ବରମୁଡା ଟ୍ରାଏଙ୍ଗଲ ସେହି ରହସ୍ୟ ଘେରରେ ରହିଥିବା ବେଳେ ଯିଏ ବି ତାର ରହସ୍ୟ ଜାଣିବାକୁ ଚେଷ୍ଟ କରିଛି ସେ ସେଠି ଗାଏବ ହୋଇଛି ।