ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସ ରାଜନୀତି ମୈଦାନକୁ ଓହ୍ଲାଇବେନି ଛାତ୍ର ନେତା । ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିଛି । ଯେଉଁଥିରେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲେଖ ହୋଇନି ।
ଆଗାମୀ ଦିନରେ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ । ସେଥିପାଇଁ କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି ।