ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ । ମୁଖ୍ୟତଃ ବରଗଡ ଜିଲ୍ଲାରେ ଅଧିକ ମାମଲା ଦେଖିବାକୁ ମିଳିଛି । ଏହି ସ୍କ୍ରବ ଟାଇଫସ୍ ଓ ଲେଫଟୋସ୍ପାଇରୋସିଶର ପ୍ରତିକାର ପାଇଁ ସମସ୍ତ ସିଡିଏମଓ ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବାରୁ ସମସ୍ତ ଡିପିଏଚଏଲ ରେ ଟେଷ୍ଟ ଓ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଏବଂ ଆଣ୍ଟିବାୟୋଟିକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୃତ୍ୟୁ ଗୁଡିକର ସଠିକ ତଦନ୍ତ ଓ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ।
ଚିଗର ନାମକ ଏକ ନାଲି କୀଟ କାମୁଡିବା ଦ୍ୱାରା ଏହି ସ୍କ୍ରବ ଟାଇଫସ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବ କଷ୍ଟକର । ଏଥିରେ ଜ୍ୱର ଲାଗି ରହିଥାଏ । ଆଂଠୁଗଣ୍ଠି ଘୋଳାବିନ୍ଧା, ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ ।