ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ମୋଟ ୨୨ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢବାରୁ ଗେଟ୍ ଖୋଲାଯାଇଛି ।
ସୂଚନାମୁତାବକ, ଆଜି ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୮୭ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୦୨ ହଜାର ୩୨୬ କ୍ୟୁସେକ ଜଳ । ସେହିପରି ନିଷ୍କାସିତ ହେଉଛି ୩ ଲକ୍ଷ ୮୯ ହଜାର ୬୨୧ କ୍ୟୁସେକ ଜଳ ।