ସମ୍ବଲପୁର (ଏଟିଆର ବ୍ୟୁରୋ): ଆଉ ମାତ୍ର ଗୋଟାଏ ଦିନ ରହିଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ବୁଧବାର ପାଳିତ ହେବ ନୂଆଁଖାଇ ପର୍ବ । ଏନେଇ ମା ସମଲେଶ୍ୱରୀଙ୍କ ପୀଠରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଙ୍କ ସମସ୍ତ ଅଳଙ୍କାର ସଫେଇ ସହ ପାଶ୍ୱର୍ଦେବାଦେବୀଙ୍କୁ ସଫାସୁତୁରା କରି ସିନ୍ଦୁର ଲଗାରେ ଲାଗି ପଡିଛନ୍ତି ପୂଜକ ।
ନୂଆଁଖାଇରେ ଦର୍ଶନ ଦେବେ ମା ସମଲେଶ୍ୱରୀ । ଦିନ ୧୦ ଟା ୨୭ ରୁ ୧୦ ଟା ୪୨ ମଧ୍ୟରେ ନବାନ୍ନ ଲାଗି ହେବ । ଏହାପରେ ପଶ୍ଚିମ ଓଡିଶାର ଘରେ ଘରେ ଲୋକେ ନୂଆ ଖାଇବେ । ଏହାସହିତ ମା ଙ୍କୁ ଦର୍ଶନ କରିବାର ପରମ୍ପରା ମଧ୍ୟ ରହିଛି ।