ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ଧାର୍ମିକ ରୂପେ ଏହିଦିନ ଖୁବ୍ ମହତ୍ୱପୂର୍ଣ୍ଣ । ଏହିଦିନ ବ୍ରତ ରଖି ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ସମସ୍ୟା ଦୂର ହୋଇଯାଏ । ଏହାସହିତ ଘର ସର୍ବଦା ସୁଖ ସମୃଦ୍ଧିରେ ଭରି ରହିଥାଏ । ସେହିପରି ଦେବଗୁରୁ ବୃହସ୍ପତି ଜ୍ଞାନ, କର୍ମ, ସନ୍ତାନ ଏବଂ ବୃଦ୍ଧିର କାରକ ଅଟନ୍ତି । ଯାହାଙ୍କ ଜାତକରେ ଗୁରୁ ଗ୍ରହ ଭଲ ସ୍ଥିତିରେ ଥିବେ ତାଙ୍କୁ ଶୁଭ ଫଳ ପ୍ରଦାନ କରନ୍ତି । ଦେବଗୁରୁଙ୍କ ଆର୍ଶିବାଦ ପ୍ରାପ୍ତ ପାଇଁ କଦଳୀ ଗଛ ପୂଜା କରାଯାଇଥାଏ । ପୂଜା-ପାଠ ବ୍ୟତିତ ଗୁରୁବାର ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ବାରଣ କରାଯାଇଛି ।
ଜ୍ୟୋତିଷ ମାନ୍ୟତାନୁସାରେ ଗୁରୁବାର ଦିନ ମହିଳାଙ୍କୁ କେଶ ଧୋଇବା ଉଛିତ୍ ନୁହେଁ । ଏହିଦିନ ଯେଉଁ ମହିଳା କେଶ ଧୁଅନ୍ତି ତାଙ୍କ ଜାତକରେ ବୃହସ୍ପତି ଗ୍ରହ କମଜୋର ହୋଇଥାଏ । ବୃହସ୍ପତି ଗ୍ରହ କମଜୋର ହେବା ଦ୍ୱାରା କୌଣସି କାମ ସୂଚାରୁ ରୂପେ ପୂର୍ଣ୍ଣ ହୁଏ ନାହିଁ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଶ କାଟିବା ଉଚିତ୍ ନୁହେଁ । ଏହି ଦିନ କେଶ ଓ ଦାଢୀ କାଟିବା ନିଶେଧ । ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହାସହିତ ସନ୍ତାନ ସୁଖରେ ମଧ୍ୟ ସମସ୍ୟା ଉପୁଜି ଥାଏ ।
ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ୍ ନୁହେଁ । କାରଣ ଗୁରୁବାର ପୋଛା ଲଗାଇବା ଦ୍ୱାରା ଘରର ଇଶାଣ କୋଣ କମଜୋର ହୋଇଯାଏ ଏବଂ ଇଶାଣ କୋଣର ସମ୍ବନ୍ଧ ଘରର ଛୋଟ ସଦସ୍ୟ ସହ ରହିଛି । ସେଥିପାଇଁ ଗୁରୁବାର ପୋଛା ଲଗାଇବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
ଗୁରୁବାର କପଡା ଧୋଇବା ଦ୍ୱାରା ଜାତକରେ ଗୁରୁ ଗ୍ରହଙ୍କ ସ୍ଥିତି ଉପରେ ଖରାପ ପ୍ରଭାବ ପଡେ ଏବଂ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଏହାଦ୍ୱାରା ଶରିରୀକ ଏବଂ ଆର୍ଥିକ ସମସ୍ୟା ଉପୁଜି ଥାଏ ।