ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସନାତନ ଧର୍ମରେ ସମସ୍ତ ଭଗବାନଙ୍କ ପୂଜା ପାଇଁ ଭିନ୍ନ ଭିନ୍ନ ଦିନ ଓ ତିଥି ର ମହତ୍ୱ ରହିଛି । ଯେପରି ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ଏହିଦିନ ପୁରା ସମର୍ପଣ ଭାବରେ ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ଏହିଦିନ ଭକ୍ତଟି ହୃଦୟରୁ ପୂଜା ଏବଂ ବ୍ରତ କରିଥାନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ପୂଜା ନିୟମ:
ସକାଳୁ ସ୍ନାନ ସାରି ଭଗବାନଙ୍କୁ ପୂଜା କରନ୍ତୁ । ଶ୍ରୀହରି ବିଷ୍ଣୁ ଏବଂ ଗୁରୁ ବୃହସ୍ପତିଙ୍କୁ ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ତୁଳସୀ, ଚାଉଳ, ଧୂପ, ଦୀପ, ପଞ୍ଚାମୃତ ଆଦିରେ ପୂଜା କରିବା ଉଚିତ୍ ।ଏହାବ୍ୟତିତ ତାଙ୍କ ମନ୍ତ୍ର ଜପିବା ଉଚିତ୍ । ପୂଜା ଶେଷରେ ଆରତୀ କରିବା ଉଚିତ୍ ।
ଶ୍ରୀହରିଙ୍କ ମୂଳ ମନ୍ତ୍ର: ଓଁ ନମୋଃ ନାରାୟଣ । ।
ଭଗବତେ ବାସୁଦେବାୟ ମନ୍ତ୍ର: ଓଁ ନମୋଃ ଭଗବତେ ବାସୁଦେବାୟ । ।
ଶ୍ରୀହରି ମନ୍ତ୍ର: ମଙ୍ଗଳମ ଭଗବାନ ବିଷ୍ଣୁଃ,ମଙ୍ଗଳମ ଗରୁଣଧ୍ୱଜଃ ।
ମଙ୍ଗଳମ ପୁଣ୍ଡରୀ କାକ୍ଷଃ, ମଙ୍ଗଳମ୍ ତନ୍ନୋ ହରିଃ । ।
ନାରାୟଣ ଗାୟତ୍ରୀ ମନ୍ତ୍ର: ଓଁ ନାରାୟଣାୟ ବିଦ୍ମହେ । ବାସୁଦେବାୟ ଧୀମହି । ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍ । ।
ଗୁରୁ ବୃହସ୍ପତି ମନ୍ତ୍ର: ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସଃ ଗୁରବେ ନମଃ ।
ଓଁ ବୃଂ ବୃହସ୍ପତୟେ ନମଃ ।