ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ତାରକା ହୋଟେଲ ପେଂଟାଗନରେ ଚଢ଼ାଉ କରିଛି ଲକ୍ଷ୍ମୀସାଗର ପୁଲିସ ଓ ସ୍ପେଷାଲ ସ୍କ୍ୱାର୍ଡ । ଅନୈତିକ କାରବାର ଅଭିଯୋଗରେ ରାତି ୧୨ଟାରେ ହୋଇଥିବା ଏହି ଚଢ଼ାଉରେ ଉଦ୍ଧାର ହୋଇଛନ୍ତି ୧୦ ଜଣ ଅଣଓଡିଆ ଯୁବତୀ । ଯେଉଁମାନଙ୍କ ଭିତରେ ଅଛନ୍ତି ଦୁଇଜଣ ବିଦେଶିନୀ ।
ତେବେ ଉଦ୍ଧାର ହୋଇଥିବା ବିଦେଶିନୀ କେଉଁ ଦେଶର ତାହା ଜଣାପଡିନି । ବିଳମ୍ବିତ ରାତି ଯାଏ ଚାଲୁଥିବା ଡ୍ୟାନ୍ସବାର ଗୁଡିକରେ ଡ୍ୟାନ୍ସ ଆଳରେ ଆଉ କଣ ଚାଲୁଛି ତାହାର ଏବେ ରୁଟ ଖୋଜୁଛି କମିଶନରେଟ ପୁଲିସ ।
ତେବେ ସବୁଠୁ ବଡ କଥା ହେଉଛି କାହା ମାଲିକାନାରେ ଚାଲିଛି ହୋଟେଲ ପେଂଟାଗନ ? ହୋଟେଲର ମାଲିକ ଆସିବେ କି ପୁଲିସ ସ୍କାନରକୁ? ବିଦେଶରୁ କିଏ ଆଣେ ଯୁବତୀ ? କଣ ମାଲିକଙ୍କ ଅଜାଣତରେ ନିଜ ହୋଟେଲରେ ଏମିତି କାମ ସମ୍ଭବ କି ? ଅନୈତିକ କାରବାର ପାଇଁ ବନ୍ଧା ହେବେ ତ ମାଲିକ ? ସେପଟେ ଏଟିଆର ଅନୁସନ୍ଧାନ କହୁଛି ହୋଟେଲଟି ହେଉଛି ଜଣେ ରାଜନେତାଙ୍କର । ତେବେ ଘଟଣାରେ ତାଙ୍କର ସିଧାସଳଖ ସମ୍ପୃକ୍ତି ରହିଛି କି’ ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।