ଘଟଗାଁ (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ଆଜି ମାଙ୍କର ମହାଷ୍ଟମୀ ପୂଜା ହେଉଥିବା ବେଳେ ଘଟଗାଁ ସ୍ଥିତ ମା ତାରିଣୀଙ୍କ ପୀଠରେ ପାଳନ କରାଯାଉଛି ମହାସପ୍ତମୀ । ଏହି ଅବସରରେ ମା ତାରିଣୀଙ୍କ ସ୍ୱତନ୍ତ୍ର ସୁନା ବେଶ କରାଯାଇଛି । ମହାସପ୍ତମୀଠୁ ବିଜୟା ଦଶମୀ ଯାଏଁ ସୁନା ବେଶରେ ଦର୍ଶନ ଦେଇଥାନ୍ତି ମା ତାରିଣୀ । ମାଙ୍କର ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୀଠକୁ ଛୁଟିଛି ଭକ୍ତଙ୍କ ଶୁଅ ।
ଭୋର ୪ଟାରୁ ସେବାୟତମାନେ ମାଙ୍କର ମହାସ୍ନାନ, ମାଜଣା, ଷୋଡଶ ଉପଚାର ପୂଜା ବଡସିଂହାର ବେଶ ସହିତ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ସୁନା ବେଶରେ ସୁସଜ୍ଜିତ କରିବା ପରେ ସକାଳ ୬ଟାରେ ପହଡ ଖୋଲିଥିଲା ।