(ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ଧନତେରସ ଉତ୍ସବ ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ବ୍ୟକ୍ତି ମା’ ଲକ୍ଷ୍ମୀ, କୁବେର ଏବଂ ଧନବନ୍ତରୀଙ୍କ ସମେତଙ୍କ ଯମରାଜଙ୍କୁ ବି ପୂଜା କରିଥାନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ, ଆଜିର ଦିନରେ ଯମରାଜଙ୍କ ପୂଜା କରିବାରେ ଏବଂ ସନ୍ଧ୍ୟାରେ ଦୀପଦାନ କରିବା ଦ୍ୱାରା ନର୍କ ଯାତନା ଏବଂ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ ।
ଏହି ଖାସ୍ ଦିନକୁ ନେଇ ଭାରତୀୟ ଶାସ୍ତ୍ରରେ ଅନେକ କଥା ରହିଛି । ଆଜି ଆମେ ଆପଣଙ୍କୁ ଧନତେରସ ସହ ଜଡିତ କିଛି ଖାସ୍ ଏବଂ ମହତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..
ଧନତେରସ ଦିନ ସନ୍ଧ୍ୟା ସମୟରେ ଦୀପରେ ସୋରିଷ ତେଲ ପକାଇ ଦୀପ ଜାଳନ୍ତୁ ଏବଂ ଖୀର , ମିଠା ଏବଂ ଫୁଲ ଦ୍ୱାରା ଯମଦେବତାକୁ ପୂଜାକରନ୍ତୁ । ଏହାପରେ ସେହି ଦୀପକୁ ଘର ବାହାରକୁ ନେଇ ଦକ୍ଷିଣ ମୁହଁକୁ ମୁଁହ କରି ରଖି ଦିଅନ୍ତୁ ।
ହିନ୍ଦୁ ପୌରାଣିକ ଅନୁଯାୟୀ, ଜଣେ ରାଜାଙ୍କ ମୃତ୍ୟୁ ପରେ ଯେତେବେଳେ ଯମରାଜ ତାଙ୍କୁ ନର୍କ ନେବାକୁ ଆସିଥିଲେ, ସେହି ସମୟରେ ଯମଦୂତକୁ ରାଜା କହିଥିଲେ କି, ମୁଁ ଏଭଳି କି ପାପ କରିଛି । ସେହି ସମୟରେ ଯମଦୂତ କହିଥିଲେ , ଗୋଟେ ଥରେ ସେ ଜଣେ ବ୍ରାହ୍ମଣଙ୍କୁ ତାଙ୍କ ଘରୁ ଭୋକିଲା ଭାବେ ଫେରାଇ ଦେଇଥିଲେ । ଏହାପରେ ରାଜା ତାଙ୍କୁ ଗୋଟେ ବର୍ଷ ସମୟ ମାଗିଥିଲେ । ସେହି ସମୟରେ ରାଜା ମୁନି ଋଷିଙ୍କ ପାଖକୁ ଯାଇ ନିଜର ସମସ୍ତ କାହାଣୀ କହିଥିଲେ । ଏହାପରେ ମୁନୀଋଷିମାନେ ରାଜାଙ୍କୁ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ବ୍ରତ କରି ବ୍ରାହ୍ମଣ ଭୋଜନ କରାଇବାର ସେବା କରିବାକୁ କହିଥିଲେ । ଏକ ବର୍ଷ ପରେ ଯେତେବେଳେ ଯମଦୂତ ରାଜାଙ୍କୁ ନେବାପାଇଁ ଆସିଲେ ସେତେବେଳେ ସେ ରାଜାଙ୍କୁ ନର୍କକୁ ନେବା ବଦଳରେ ବିଷ୍ଣୁ ଲୋକକୁ ନେଇଯାଇଥିଲେ । ସେବେଠାରୁ ଏହି ଦିନ ଯମରାଜଙ୍କ ପୂଜା କରାଯାଉଛି ଏବଂ ସନ୍ଧ୍ୟା ସମୟରେ ଦୀପ ଜାଳିବାର ନିୟମ ରହିଛି ।