ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ବଡ ଠାକୁରଙ୍କ ହରିହର ବେଶ । ହରିହର ବେଶରେ ସଜ୍ଜିତ ହୋଇଛନ୍ତି ବଡ ଠାକୁର । ତାଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଇଥାଏ । ସେଥିପାଇଁ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ ।
ବଡ ଠାକୁର ଏହି ବେଶରେ ଅର୍ଦ୍ଧେକ ଧଳା ଓ କଳା ଦିଶିବା ସହ ପରିଧାନ କରିଥାନ୍ତି ୩୨ ପ୍ରକାରର ସୁବର୍ଣ୍ଣ ଅଳଙ୍କାର । ବିଧି ମୁତାବକ,କାର୍ତ୍ତିକ ମାସ ଦୀପାବଳୀ ଅମାବାସ୍ୟାଠୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ରତ୍ନସିଂହାସନରେ ବଡଠାକୁରଙ୍କ ହରିହର ବେଶ ହୋଇଥାଏ । ଯାହାଫଳରେ ଶ୍ରୀମନ୍ଦରରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବଡ ଠାକୁର କିନ୍ତୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି କଳା ଠାକୁର ।