ପୁରୀ (ଏଟିଆର ବ୍ୟୁରୋ): ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ବା ପଞ୍ଚୁକର ଦ୍ୱିତୀୟ ଦିନ । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦୀରରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବେଶ । ଏହି ତିଥିରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ବାଙ୍ଗଚୂଡ ବେଶ ଅନୁଷ୍ଠିତ ହୋଇଥାଏ ।
ଏହି ବେଶରେ ଠାକୁର ସୁବର୍ଣ୍ଣର ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି । ମସ୍ତକରେ ଚୂଡା ବା ଚୂଳ ଧାରଣ କରିଥାନ୍ତି । ଏହା ଦକ୍ଷୀଣ ଦିଗକୁ ଢଳିକି ରହିଥାଏ ।
ବିଶ୍ୱାସ ରହିଛି କି, ମହାପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ଦ୍ୱାରା ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମଳିଥାଏ ।