କଟକ (ଏଟିଆର ବ୍ୟୁରୋ): ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନ । ଏହି ଅବସରରେ ଚଳଚଞ୍ଚଳ ହୋଇପଡିଛି ଆଠଗଡ ସ୍ଥିତ ଧବଳେଶ୍ୱର ବାବାଙ୍କ ପୀଠ । ଏହାସହିତ ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ପାଳନ କରାଯାଉଛି ବଡ ଓଷା । ଏହି ଅବସରରେ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା ।