ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଡିସେମ୍ବର ପ୍ରଥମ ସପ୍ତାହରୁ ବଢିବ ଶୀତର ପ୍ରକୋପ । ଆଭ୍ୟନ୍ତରୀଣ ଦକ୍ଷୀଣ ଓ କେନ୍ଦ୍ରୀୟ ଓଡିଶାରେ ରାତି ତାପମାତ୍ରା ପାଖାପାଖି ୩ ରୁ ୪ ଡ୍ରିଗୀ କମିବାକୁ ଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣରେ କମିପାରେ ୨ ଡିଗ୍ରୀ । ଡିସେମ୍ବର ୨ ତାରିଖରୁ ତାପମାତ୍ରା କମିବା ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ସେପଟେ ଦକ୍ଷୀଣ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ୨୫ ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୭ ରେ ଏହା ଲଘୁଚାପରେ ପରିଣତ ହୋଇ ୨୮ ରେ ଅବପାତ ନେଇ ୩୦ ରେ ବାତ୍ୟାର ରୂପ ନେବ । ଡିସେମ୍ବର ୨ରେ ଏହା ବାଂଲାଦେଶର ଦକ୍ଷୀଣ ଉପକୂଳରେ ସ୍ପର୍ଷ କରିବ । ଓଡିଶାର ଏହାର ପ୍ରଭାବ ପଡିବ ନାହିଁ ।