ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନାର ଚାହିଦା ବଢିବାରେ ଲାଗିଛି । ତାହା ସହିତ ବାହାଘର ସିଜିନ୍ ଥିବାରୁ ଲୋକେ ସୁନା କିଣିବାକୁ ବେଶି ପସନ୍ଦ କରୁଛନ୍ତି । ଆରମ୍ଭ ହୋଇଯାଇଛି ବାହାଘର ସିଜିନ୍ । ଏହାରି ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ହେଉଥିବା ଯୋଗୁଁ ଘରୋଇ ବଜାରରେ ଦର ବୃଦ୍ଧି ହେଉଛି ।
ଆଜି ଭୁବନେଶ୍ବରରେ ଏବଂ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ୬୩ ହଜାର ୧୧୦ ଟଙ୍କା ରହିଥିବା ବେଳେ କୋଲକାତାରେ ୬୩ ହଜାର ୧୧୦ ଟଙ୍କା , ଚେନ୍ନାଇରେ ୫୨ହଜାର ୨୮୫୦, ଦିଲ୍ଲୀରେ ୬୩ ହଜାର ୨୬୦ ଟଙ୍କା ରହିଛି ।
ଅନ୍ୟପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଆଉ ଏକ କାରଣ ପାଲଟିଛି ।