ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଖସୁଛି ପାରଦ ବଢୁଛି ଶୀତ । ଗତକାଲି ଜି. ଉଦୟଗିିରି ସବୁଠୁ ଥଣ୍ଡା ସହର ପାଲଟିଥିଲା । ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ୧୨ ଡିଗ୍ରୀ ତଳେ ୯ ଟି ସହର ରହିଥିଲା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଗ ଶୁଷ୍କ ରହିବା ସହ ଥଣ୍ଡା ଅନୁଭୂତ ହେବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଲହରୀ ଜାରି ରହିଛି ।