ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଖସୁଛି ପାରଦ ବଢୁଛି ଶୀତ । ଗତକାଲି କେନ୍ଦୁଝର ସବୁଠୁ ଥଣ୍ଡା ସହର ପାଲଟିଥିଲା । ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଆଗାମୀ ୪ ଦିନ ଯାଏଁ ଶୀତ ଲହରି ଜାରି ରହିବ । ୧୭ ତାରିଖ ଯାଏଁ ପାରଦ ଖସିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଲହରୀ ଜାରି ରହିଛି ।
ଆଜି ପୁଣି କିଛି ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।