ଭୁବନେନଶ୍ୱର (ଏଟିଆର ବ୍ୟୁରୋ): ପୁଣି ଥରେ ଓଡିଶାରେ କାୟା ମେଲାଇଛି କରୋନା ମହାମାରୀ । ରାଜ୍ୟରେ ପୁଣି ଆଉ ଏକ କରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ରେ ପହଁଚିଛି । ଯାହାଫଳରେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।
କରୋନାର ନୂତନ ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ବୃଦ୍ଧି ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ଓଡିଶାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାପରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି ।