ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଗଜୋଦ୍ଧାରଣ ବେଶ । ଏହି ଦୁର୍ଲଭ ଗଜୋଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ । ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଣ ଉପରେ ବସିବା ଭଙ୍ଗିରେ କୋଳରେ ଲକ୍ଷ୍ମୀ ପ୍ରତିମାଙ୍କୁ ଧାରଣ କରିବେ । ସେହିପରି ବଡଠାକୁର ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ ଏବଂ ମା ଶୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ଦଣ୍ଡାୟମାନ ରହିବେ ।
ସନ୍ଧ୍ୟାରେ ଶ୍ରୀଜିଉଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଲାଗି କରାଯିବ ।