ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଆଶା କର୍ମୀଙ୍କ ମାସିକ ପାରିଶ୍ରମିକରେ ବୃଦ୍ଧି ହୋଇଛି । ଏହାସହିତ ଆଶାକର୍ମୀଙ୍କ ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧିି ହୋଇଛି । ଏହାଦ୍ୱାରା ୪୯,୫୨୨ ଜଣ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ବାର୍ଷିକ ଅତିରିକ୍ତ ୧୪୮.୫୭ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର ।
୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ମାସିକ ପାରିଶ୍ରମିକ ବୃଦ୍ଧି ନେଇ ଅନୁରୋଧ ପ୍ରସ୍ତାବ ଦେଇଥିଲେ ।
ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀଙ୍କ ମାସିକ ଦରମା ୪୫୦୦ ରୁ ୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।