ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୧୧ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୪୧ ଡିଗ୍ରୀ ପର୍ କରି ସବୁଠୁ ଉତ୍ତପ୍ତ ସହର ହୋଇଛି ଝାରସୁଗୁଡା
ରିପୋର୍ଟ ମୁତାବକ, ଝାରସୁଗୁଡା ୪୧.୨ ଡିଗ୍ରୀ, ଭୁବନେଶ୍ୱର ୩୯.୮, କେନ୍ଦୁଝର ୩୯.୮, ରାଉରକେଲା ୩୯.୬,ଚାନ୍ଦବାଲି ୩୯,ସମ୍ବଲପୁର ୩୮.୯,ବାଲେଶ୍ୱର ୩୮.୬, ହୀରାକୁଦ ୩୮.୨,ପୁରୀ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।