ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ତାତିରୁ ମିଳୁନି ତ୍ରାହି । ଡହଡହ ଖରାରେ ହସ୍ତସନ୍ତ ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ସେହିଅନୁଯାୟୀ ଝାରସୁଗୁଡା ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ।
ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୪୦.୬ ଡିଗ୍ରୀ, ବାଲେଶ୍ୱର ୪୦.୧ ଡିଗ୍ରୀ, ସମ୍ବଲପୁରରେ ୪୦ ଡିଗ୍ରୀ ଚାନ୍ଦବାଲି ୩୯.୬ ଡିଗ୍ରୀ, ହୀରାକୁଦ ୩୯ ଡିଗ୍ରୀ, ରାଉରକେଲା ୩୮.୬ ଡିଗ୍ରୀ, ଗୋପାଳପୁର ୩୪.୪ ଡିଗ୍ରୀ, ପୁରୀ ୩୪.୪ ଡିଗ୍ରୀ ଓ ପାରାଦୀପ ରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।