ଏଟିଆର ବ୍ୟୁରୋ: ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ହେବ ସମୀକ୍ଷା ବୈଠକ । ଏହି ବୈଠକରେ ଅନେକ ଯୋଜନା ଉପରେ ଆଲୋଚନା ହୋଇପାରେ ।
ସାଧାରଣ ନର୍ବାଚନ ପାଇଁ ପୂର୍ବ ସରକାର ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନା କରିଥିଲେ । ଯାହା ୪ ମାସ ପାଇଁ ହୋଇଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପାଇଁ ଆଜି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବେ ।