କଳାହାଣ୍ଡି,(ଏଟିଆର ବ୍ୟୁରୋ): ଗୋଳାମୁଣ୍ଡା ବ୍ଲକ କୃଷକ ସଂଘ ତରଫରୁ ତହସିଲ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଲ ପର୍ଯ୍ୟନ୍ତ ଆମରଣ ଅନଶନ ଆରମ୍ଭ ହୋଇଛି।ଗୋଳାମୁଣ୍ଡା ବ୍ଲକ ଏକ ପଛୁଆ ବ୍ଲକଭାବେ ପରିଚିତ ଥିବା ବେଳେ ସରକାରଙ୍କ ଅନେକ କାର୍ଯ୍ୟରେ ଅଣଦେଖା କରାଯାଉ ଥିବାରୁ ଅନେକ ସମସ୍ୟା ଦୀର୍ଘ ଦିନରୁ ପଡି ରହିଛି।
ସମସ୍ୟା ସମ୍ପର୍କରେ ସରକାରଙ୍କୁ ବାରମ୍ବାର ସଂଘ ଜଣାଇ ଆସୁଥିଲେ ମଧ୍ୟ ସରକାର ନିଦ୍ରା ଏଯାଏ ଭାଙ୍ଗୁନି। ଏଣୁ ସଂଘ ତରଫରୁ ବାଧ୍ୟ ହୋଇ ବ୍ଲକ ରେ ଥିବା 5ଟି ରାଜସ୍ୱ ଗ୍ରାମ କୁ ଭୁ ବନ୍ଦୋବସ୍ତ, ଅଂଚଳରେ ଆସିଥିବା ଇନ୍ଦ୍ରାବତୀ କେନାଲ କୁ ସମ୍ପ୍ରସାରଣ କରି ଚାଷୀଙ୍କ ଜମି କୁ ଜଳସେଚନ ର ବନ୍ଦୋବସ୍ତ,ଗୋଳାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁ ଦିନରୁ ଖାଲି ପଡିଥିବା ଆବଶ୍ୟକୀୟ ଡାକ୍ତର ଓ ଷ୍ଟାଫ ଯୋଗାଇବା, ଗୋଳାମୁଣ୍ଡା ବ୍ଲକ କୁ ତୁରନ୍ତ ଗଜା ମରୁଡି ଘୋଷଣା ଭଳି ଅନେକ ଦାବି ନେଇ ଏହି ଅନଶନ କରିବାକୁ ପଡିଛି।
ବ୍ଲକ କୃଷକ ସଂଘର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ହୋଇ ଥିବା ଏହି ଅନଶନରେ ସଭାପତି ସାଉଲ ମଙ୍ଗରାଜ ଙ୍କ ସମେତ ବ୍ଲକ କୃଷକ ସମ୍ପାଦକ ପ୍ରସନ୍ନ ରାଉତ, ତୁଳସୀ ମାଝୀ, କେଶବ ମାଝୀ, ଘନ ରଣା ଲଖପତି ସିପକା ଯେତେ ଦିନ ପର୍ଯ୍ୟନ୍ତ ଦାବି ଗୁଡିକୁ ସରକାର ପୂରଣ ନକରିଛନ୍ତି ସେତେ ଦିନ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।