ରାଉରକେଲା (ଏଟିଆର ବ୍ୟୁରୋ): ଭକ୍ତିର ସହ ମହାଦେବଙ୍କ ମଥାରେ ଜଳ ଲାଗି କରିବା ପାଇଁ ବାହାରିଥିଲେ କାଉଡିଆ । କିନ୍ତୁ ଜାଣି ନଥିଲେ ତାଙ୍କର ସେହି କାଉଡିଆ ଯାତ୍ରା ଶେଷ ଯାତ୍ରାରେ ପରିଣତ ହେବ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ରାଉରକେଲା ପାନପୋଷ ଷ୍ଟେସନର କିଛି ବାଟ ଦୂରରେ । ଟ୍ରେନ ଲାଇନରେ କଟି ଗୋଟିଏ ପରିବାରରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ।
ଛତିଶଗଡର କିଛି କାଉଡିଆ ଭୁବନେଶ୍ୱର-ଇଣ୍ଟରସିଟି ଏକ୍ସପ୍ରେସରେ ଆସି ଚାଲିଚାଲି ବେଦବ୍ୟାସ ପୀଠର ମହାଦେବଙ୍କ ମସ୍ତକରେ ଜଳ ଲାଗି କରିବା ପାଇଁ ଯାଉଥିବା ବେଳେ , ବ୍ରାହ୍ମଣୀ ବ୍ରିଜ୍ ଉପରେ ଏକ ଟ୍ରେନ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।