ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇପଡିଛି । ଗତ ତିନି ଦିନ ହେବ ତାଙ୍କୁ ଭେଣ୍ଟିଲେଟର ସାହାୟତାରେ ରଖା ଯାଇଛି ।
ଖବରମୁତାବକ,ଗତକାଲି ଏମ୍ସର ନିର୍ଦ୍ଦେଶକଙ୍କ ଦ୍ୱାରା ସୂଚନା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଜପେୟୀଙ୍କୁ ଭେଟିବା ପାଇଁ ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲେ ।
ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଫଳରେ ଏମ୍ସର ଡାକ୍ତରୀ ଦଳ ତାଙ୍କୁ ବିଶେଷ ଚିକିତ୍ସା କରୁଥିବାର ଜାଣିବାକୁ ମିଳିଛି ।