ଜଗତସିଂହପୁର (ଏଟିଆର ବ୍ୟୁରୋ); ଡାଇଭର ଅନୁପସ୍ଥିତିରେ ସମ୍ପକୀୟ ସହ ମିଶି ଟ୍ରାକ୍ଟର ନେଇ ଆସୁଥିଲେ । ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲା ଟ୍ରାକ୍ଟର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତ୍ରିତ୍ତୋଳ ଥାନା ଅନ୍ତର୍ଗତ ହସୁଂଆଠାରେ । ମୃତକ ହେଲେ ଗୋପାଳପୁର ଗାଁର ବୁବୁ ଜେନା । ଆହତ ହେଲେ ସାନୁ ଜେନା ।
ମିଳିଥିବା ସୂଚନା ଅନୁଯାୟୀ,ଗୁରୁବାର ବିଳମ୍ବିତ ରାତିରେ ଡାଇଭର ଅନୁପସ୍ଥିତିରେ ସାନୁ ସମ୍ପକୀୟ ବୁବୁଙ୍କୁ ନେଇ ଟ୍ରାକ୍ଟର ନେଇ ଆସୁଥିଲେ । ତେବେ ଦୁଇ ଜଣ ମିଶି ଆସୁଥିବା ବେଳେ ହଂସୁଆ ପୋଲ ଉପରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଦୌଡି ଆସିଥିଲେ । ଉଭୟଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ବୁବୁଙ୍କୁ ମୃତ ଘୋଷଣା କରିଥିଲେ ।
ସାନୁ ପାଖରେ ଲାଇସେନ୍ସ ନଥିବା ବେଳେ ସେ ଟ୍ରାକ୍ଟର ନେଇ ଆସିଥିଲା । ଏଣୁ ତାଙ୍କ ଜଗତସିଂହପୁର ସଦର ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଏହି ଦୁର୍ଘଟଣାରେ ସାନୁ ମଧ୍ୟ ଆହତ ହୋଇଛି । ପୋଲିସ ଟ୍ରାକ୍ଟରକୁ ଜବତ କରିଛି । ତେବେ ଅକାଳରେ ବୁବୁଙ୍କ ଜୀବନ ଚାଲି ଯାଇଥିବାରୁ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି ।