ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଏକ ବଡ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାଜସ୍ଥାନର ବିକାନେର ଜିଲ୍ଲା ଶ୍ରୀ ଡୁଙ୍ଗରଗଢର ଜାତୀୟ ରାଜପଥ ୧୧ରେ ଏକ ବସ ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଆହତକୁ ଚିକିତ୍ସା କରିବା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ବସ ଟି ବିକାନେରରୁ ଜୟପୁର ଯାଉଥିବା ସମୟରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଏହାପରେ ବସ୍ ରେ ନିଆଁ ଲାଗିଯାଇଥିଲା ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି, ସକଳା ସାଢେ ସାତଟାରେ ବିକାନେର ଜୟପୁର ରାଜପଥ ଯୋଧାସର ଏବଂ ସେରୁଣା ଗାଁ ମଧ୍ୟରେ ଏହି ଦୁର୍ଘଟଣା ହୋଇଛି । ଯାତ୍ରୀବାହି ବସ୍ ଟି ଟ୍ରକ୍ ସହ ଧକ୍କା ହେବା ପରେ ବସ୍ ରେ ନିଆଁ ଲାଗି ଯାଇଥିଲା । ଏଥିରେ ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି ।