ଝାରଖଣ୍ଡ ( ଏଟିଆର ବ୍ୟୁରୋ): ଝାରଖଣ୍ଡ ହଜାରିବାଗ ଜିଲ୍ଲା ଧାନୁଆବାଗରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା । ଏକ ଟ୍ରକକୁ ବସ ପିଟି ଦେବାରୁ ଚାଲିଗଲା ୧୧ ଜଣଙ୍କ ଜୀବନ । ସୂଚନାଯୋଗ୍ୟ ବସ୍ ଟି ରାଞ୍ଚିରୁ ପାଟନା ଅଭିମୁଖେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଏକ ଘରୋଇ ବସ ରାଞ୍ଚିରୁ ପାଟନାକୁ ୨ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ହଠାତ ବସଟିର ବ୍ରେକ ଫେଲ ହୋଇଯାଇଥିଲା ।
ଯାହାଫଳରେ ବସଟି ଭାରସ୍ୟାମ ହରାଇ ଏକ ଟ୍ରକକୁଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ତିନିଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ଆହାତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ମୃତକ ମାନଙ୍କ ମଧ୍ୟରୁ ଏବେ ଯାଏଁ ଅନେକଙ୍କ ପରିଚୟ ମିଳିପାରିନାହିଁ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ବସର ବେଗ ସର୍ବାଧିକ ଥିବାରୁ ଭାରସ୍ୟାମ ହରାଇ ଏହି ଅଘଟଣ ଘଟିଛି । ଧକ୍କା ହେବା ବେଳେ ବସର ବେଗ ଘଣ୍ଟାପ୍ର୍ତ ୧୨୦ କିଲୋମିଟରରୁ ଅଧିକ ରହିଥିବା ସେ କହିଛନ୍ତି । ଦୂର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ଛୋଟ ପିଲା ରହିଥିଲେ । ଆହାତମାନଙ୍କୁ ଆମ୍ବୁଲାନ୍ସ ଯାଗେ ଚୌପାରଣ ହସପିଟାଲରେ ଭର୍ତ୍ତି କରାଯାଇଛି ।