ବାରାକୋଟ (ଏଟିଆର ବ୍ୟୁରୋ): ନିଜ କର୍ମରେ ବାହାରିଥିଲେ ବ୍ୟାନ୍ ପାର୍ଟିର ବାଜାବାଲା । ସେମାନେ ଜାଣିନଥିଲେ ଯେ ତାଙ୍କର ଏହି ଦିନଟା ଶେଷ ଦିନରେ ପାଲଟିବ । ଅଚାନକ୍ ମାଡି ଆସିଲା କଳା ବାଦଲ ଭଳି ମରଣ । ଯାହାକୁ କେହି ବି ଜାଣିପାରିଲେ ନାହିଁ, ଏଭଳି ଅଚାନକ୍ କ’ଣ ହୋଇଗଲା । କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟ ପାଲଟ । ସତରେ ମୃତ୍ୟୁ କେତେବେଳେ ଆଉ କେଉଁ ମୁହୂର୍ତ୍ତରେ ମାଡି ଆସିବ କେହି କହିପାରିବେ ନାହିଁ । ଏଭଳି ଏକ ମୃତ୍ୟୁ ଖବର ସାମ୍ନାକୁ ଆସିଛି ଦେଓଗଡ ଜିଲ୍ଲା ବାରକୋଟ ଖୁଲୁଣ୍ଡିକୁଦରେ ।
ବାରକୋଟ ଖୁଲୁଣ୍ଡିକୁଦ ୨୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାହା ହଠାତ୍ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଜ୍ଞା ହଁ ଏକ ଲୁହା ପଥର ବୋଝେଇ ଟ୍ରକଟି ରାସ୍ତାରେ ଯାଉଥିବା ବେଳେ ଅଚାନକ୍ ରାସ୍ତା କଡକୁ ଲେଉଟି ପଡିଥିଲା । ଏଥିରେ ୪ ଜଣ ବାଜାବାଲା ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକମାନେ ହେଲେ ପୁରୁଣାପାଣି ଗାଁର । ଏମାନେ ସମସ୍ତେ ଏକ ବାହାଘରରେ ବାଜା ବଙ୍କକ୍ସବ ଫେରୁଥିବା ବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।