ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଦୁର୍ଘଟଣା । ମଧ୍ୟପ୍ରଦେଶ ସାଗରରୁ ଛତ୍ରପୁର ଆଡକୁ ଯାଉଥିବା ଟ୍ରକଟି ଓଲଟି ପଡିଛି । ଏଥିରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି ।
ପୋଲିସର ସୂଚନା ମୁତାବକ, ଆଜି ସକାଳୁ ଟ୍ରକ ଟି ସାଗରରୁ ଛତ୍ରପୁର ଅଭିମୁଖେ ଯାଉଥିଲା । ଇତିମଧ୍ୟରେ ଟ୍ରକଟି ଅଚାନକ୍ ଭାରସାମ୍ୟ ହରାଇ ଓଲଟି ପଡିଲା । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଆଜି ସକାଳୁ ଆଉ ଏକ ବଡ ଦୁର୍ଘଟଣା ଘଟିଛି । ଉତ୍ତର ପ୍ରଦେଶ ଔରେୟା ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଟ୍ରକ ଏବଂ ଡିସିଏମ ଗାଡି ମଧ୍ୟରେ ଧକ୍କା ହେବା ଯୋଗୁଁ ୨୪ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି ।