ରାଉରକେଲା (ଏଟିଆର ବ୍ୟୁରୋ); ଫାଟିଲା ଏଲପିଜି ଗ୍ୟାସ ସିଲିଣ୍ଡର । ହୋଟେଲରେ ଖେଳିଗଲା ନିଆଁ । ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି ରାଉରକେଲା ପାନପୋଷ ଥାନା ଗାନ୍ଧୀ ଛକରେ । ଛକ ନିକଟରେ ଥିବା ପଞ୍ଚମ ନାମକ ହୋଟେଲରେ ଘଟିଛି ଏଭଳି ଅଗ୍ନିକାଣ୍ଡ । ହୋଟେଲ ମାଲିକଙ୍କ ସମେତ ୭ଜଣ ଗୁରୁତର ଆହାତ ହୋଇଛନ୍ତି । ୪୨ ବର୍ଷିୟ ପ୍ରଦୀପ ମହାକୁଡ଼, ୪୨ ପଦ୍ମନ ବେହେରା, ୪୦ ବର୍ଷିୟ କମଳନାଥ ଗିରି, ୫୦ ବର୍ଷିୟ ଲୁଟୁ ଦତ୍ତ, ୪୫ ବର୍ଷିୟ ଅଲେଖ ମହାପାତ୍ର, ୬୦ ବର୍ଷିୟ ଗ୍ରାହକ ଟେଲ୍ସା ଟପ୍ପୋ ଓ ହୋଟେଲ୍ ମାଲିକ। ପାଞ୍ଚ ଜଣ ହୋଟେଲ୍ର କର୍ମଚାରୀ ଓ ମାଲିକ ଏବଂ ସେ ଗ୍ରାହକଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ନିମନ୍ତେ ହୋଟେଲ୍ ମାଲିକଙ୍କୁ ସେଠାରୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍କୁ ନିଆ ଯାଇଛି।
ସୂଚନା ଅନୁଯାୟୀ, ରବିବାର ସକାଳ ୭ଟା ସମୟରେ ହୋଟେଲ ‘ପଞ୍ଚମ’ ହୋଟେଲରେ ପ୍ରଥମେ ଗ୍ୟାସ ଲିକ ହୋଇଥିଲା । ପରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ହୋଟେଲରେ ନିଆଁ ବ୍ୟାପିଯାଇଥିଲା । ଫଳରେ ଦୌଡି ବାହାରକୁ ଯିବା ସମୟରେ ହୋଟେଲ ମାଲିକ,କର୍ମଚାରୀ ଏବଂ ଗ୍ରାହାକମାନେ ଆହାତ ହୋଇଥିଲେ । ତେବେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା । କିନ୍ତୁ ହୋଟେଲ୍ରେ ପଡ଼ିଥିବା ଟେବୁଲ୍, ଚେୟାର୍, କୁଲର୍, ପଙ୍ଖା ଏବଂ ରୋଷେଇବାସ ସାମଗ୍ରୀ ପୋଡ଼ି ଅଙ୍ଗାର ହୋଇଯାଇଛି। ଘଟନାସ୍ଥଳରେ ଦୁଇଟି ଦମକଳ ପହଞ୍ଚି ପ୍ରାୟ ୧୦/୧୫ ମିନିଟ୍ ମଧ୍ୟରେ ନିଆଁ ଲିଭାଇ ଦେଇଥିଲେ।