ଝାରସୁଗୁଡା (ଏଟିଆର ବ୍ୟୁରୋ); କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଏକ ଜ୍ୱଲନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ରେଳ ଷ୍ଟେସନରେ । ଟ୍ରେନ ଚକାତଳୁ ଅଳ୍ପେକେ ବର୍ତ୍ତି ଯାଇଛନ୍ତି ଜଣେ ଯାତ୍ରୀ । ମରଣକୁ ଅତି ପାଖରୁ ଦେଖିବାକୁ ଯାଉଥିବା ବ୍ୟକ୍ତି ଜଣକ ହେଲେ ରାଜେଶ ତଲବାର । ତେବେ ତାଙ୍କୁ ରେଲୱେ ପୋଲିସ ଏବଂ ଯାତ୍ରୀମାନେ ଉଦ୍ଧାର କରି ପୁଣିଥରେ ଟ୍ରେନରେ ବସାଇ ଦେଇଛନ୍ତି ।
ମଙ୍ଗଳବାର ସକାଳେ ରାଜେଶ ତାଙ୍କ ସ୍ତ୍ରୀ ଏବଂ ପୁଅ ହାୱଡାରୁ ସମ୍ବଲପୁର ଯାଉଥିଲେ । ଝାରସୁଗୁଡା ଷ୍ଟେସନରେ ଟ୍ରେନ ରହିବାରୁ ଚା ପିଇବା ପାଇଁ ଓହ୍ଲାଇଥିଲେ ରାଜେଶ । ଚା ପିଉଥିବା ସମୟରେ ଟ୍ରେନ ଛାଡି ଦେଇଥିଲା । ଏହାପରେ ସେ ତତକ୍ଷଣାତ ଦୌଡି ଚଢ଼ିବା ପାଇଁ ଯାଉଥିବା ବେଳେ ଗୋଡ ଖସି ଯାଇଥିଲା । ଟ୍ରେନ ଚକାତଳେ ପଡି ଯାଉଥିଲେ । ସେଠାରେ ଛିଡା ହୋଇଥିବା ଦୁଇ ଜଣ ରେଲୱେ ହାବିଲଦାର ତାଙ୍କ ହାତ ଧରି ଉଦ୍ଧାର କରି ଦେଇଥିଲେ ।
ତେବେ ଉଦ୍ଧାର କରିବା ସୟମରେ ଟ୍ରେନ ଚେନକୁ ମଧ୍ୟ ଟଣା ଯାଇଥିଲା । ଏହାପରେ ରାଜେଶଙ୍କୁ ସେହି ଟ୍ରେନରେ ବସାଇ ଛାଡି ଦେଇଥିଲେ । ରାଜେଶଙ୍କ ଘର ସମ୍ବଳପୁରରେ ବୋଲି ଜଣା ପଡିଛି । ଷଯ୍ରନ ଚକାତଳକୁ ଖସିଥିବା ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ମାସମ୍ବଲେଶ୍ୱରୀଙ୍କ ଆଶୀର୍ବାଦରୁ ନୂଆ ଜୀବନ ପାଇଥିବା କହିଛନ୍ତି ରାଜେଶ ।