ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅମୃତସର ଯାଉଥିବା ସହିଦ ଏକ୍ସପ୍ରେସରେ ଅଚାନକ୍ ନିଆଁ ଲାଗିଯାଇଛି । ଏଥିରେ ଏକ୍ସପ୍ରେସର ତିନୋଟି କୋଚ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ହୁଏତ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇ ନାହିଁ ବୋଲି ଜାଣିବାକୁ ମିଳିଛି । ଏନେଇ ଜଣେ ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି ।
ରେଲୱେ ଅଧିକାରୀ କହିଛନ୍ତି କି,ବୁଧବାର ରାତିରେ ଅଚାନକ୍ ସହିଦ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା । ଏଥିରେ ଦୁଇଟି କୋଚ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଏକ କୋଚ୍ ରେ ଅଳ୍ପ କ୍ଷତି ପହଁଚିଛି ।
ସେପଟେ ରେଲୱେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ,ସହିଦ ଏକ୍ସପ୍ରେସର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର ୪ ଘଣ୍ଟା ଯାଏଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମାତ୍ର ଏକ୍ସପ୍ରେସରେ ନିଆଁ କେଉଁ କାରଣରୁ ଲାଗିଲା ସେନେଇ କାରଣ ସ୍ପଷ୍ଟ ହୋଇ ନାହିଁ ।