ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ସ୍କର୍ପିଓ ଗାଡିକୁ ଏକ କାର ଧକ୍କା ଦେଇ ଚାର ଜଣଙ୍କ ଉପରେ ଚଢି ଯାଇଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ନିକଟରେ । ସୂଚନା ଅନୁସାରେ ଏହି ରାସ୍ତାରେ ଆଜି ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ ରାସ୍ତାର ଉଭୟ ପଟୁ ଆସୁଥିବା ଏକ କାର ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ କାରଟି ଭାରସ୍ୟାମ ହରାଇ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଫଳରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା କାରଟି ରାଉରକେଲାରୁ ସୁନ୍ଦରଗଡ ଆସୁଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।