ଗଞ୍ଜାମ (ଏଟିଆର ବ୍ୟୁରୋ): ଏକ ବ୍ୟାଟେରୀ ଫାଟି ୩ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସୋମପୁର ଗାଁରେ । ସୂଚନା ଅନୁସାରେ ଉକ୍ତ ଗ୍ରାମର ତିନି ଜଣ ନାବାଳକ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇଥିଲେ । ସେମାନେ ପାଇଥିବା ଏହି ପୁରୁଣା ବ୍ୟାଟେରୀ ଧରି ୩ ନାବାଳକ ଖେଳୁଥିବା ସମୟରେ ହଠାି ବିଷ୍ପୋରଣ କରି ବ୍ୟାଟେରୀଟି ଫାଟି ଯାଇଥିଲା । ଫଳରେ ତିନି ଜଣଯାକ ନାବାଳକ ଗୁରୁତର ହୋଇଥିଲେ ।
ପରିବାର ଲୋକ ଏନେଇ ଖବର ପାଇବା ପରେ ପରିବାର ଲୋକେ ସେମାନଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ତେବେ ବ୍ୟାଟେରୀଟି କାହିଁକି ଫାଟିଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଗୁରୁତର ୩ ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ।