ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଭର୍ଣ୍ଣର ହାଉସ ନିକଟବର୍ତ୍ତୀ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ଭୟାବହ ବିସ୍ଫୋରଣରେ ଅଗ୍ନିକାଣ୍ଡ ଘଟିଛି । ଲଗାତର ଦୁଇ ଘଣ୍ଟା ଲାଗିବା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଛନ୍ତି । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଅନ୍ୟପଟେ ଏହି ବିସ୍ଫୋରଣରେ ପେଟ୍ରୋଲ ପମ୍ପ ସମେତ ସ୍ଥାନୀୟ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଛି । କେଉଁଠି ଘରର କାନ୍ଥ ଫାଟିଛି ତ ପୁଣି ଆଉ କେଉଁଠି ଘରର କାଚ କବାଟ ଝରକା ସବୁ ଭାଙ୍ଗି ଚୁରମାର ହୋଇଯାଇଛି । ଯାହାଫଳରେ ସମ୍ପୂର୍ଣ୍ଣ ଭୟବୀତ ହୋଇପଡିଥିବା ସୂଚନା ରହିଛି ।