କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତ ଦେହ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତିି ତାହା ଜଣା ପଡିନାହିଁ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବେଲତଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭଡା ଘରେ ରଶି ଲଗାଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ହେଲେ ସରୋଜିନୀ ଦାସ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସର ତଦନ୍ତ ଜାରି ।
ସରୋଜିନୀ ରମାଦେବୀ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ। ବେଲତଳରେ ସେ ଏକ ଭଡ଼ା ଘରେ ରହୁଥିଲେ। ସୋମବାର ଶିବରାତ୍ରୀ ଥିଲା । କିନ୍ତୁ ସେ ବାହାରକୁ କୁଆଡେ ନଯାଇ ଘରେ ରହିଥିଲେ । ଏବଂ ତାଙ୍କ ମନ ଦୁଃଖ ଥିଲା ସେ କାହାକୁ କିଛି ନ କହି ଗୁମସୁମ ହୋଇ ବସିଥିଲେ ବୋଲି ଘର ମାଲିକ ପୋଲିସକୁ କହିଛନ୍ତି । ବାହାରେ କିଛି ସମୟ ମନ ଦୁଃଖରେ ବସିବା ପରେ ଘରେ ଭିତରକୁ ଯାଇଥିଲେ । ଏବଂ ଘରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ବାହାରି ନଥିଲେ । ଘର ମାଲିକ ଯାଇ ବହୁତ ଡାକାଡାକି କରିଥିଲେ ସୁଦ୍ଧା କୌଣସି ଶବ୍ଦ ଶୁଭି ନଥିଲା । ଫଳରେ ତାଙ୍କର ସନ୍ଦେହ ହୋଇଥିଲା । ସେ ପୋଲିସକୁ ଖବର ଦେଇଥିିଲେ ।
ଖବର ପାଇବା ପରେ ପୋଲିସ ଆସି ପ୍ରଥମେ ଡାକିଥିଲା । କିନ୍ତୁ କୌଣସି ପ୍ରତିଉତ୍ତର ନମିଳିବାରୁ ପୋଲିସ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲା । ଆଉ ଦେଖିବା ବେଳକୁ ସେ ଝୁଅନ୍ତା ଅବସ୍ଥାରେ ରହିଥିଲେ । ସଙ୍ଗେ ସଙ୍ଗେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲା ଏବଂ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲା । ତେବେ ସରୋଜିନୀ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ ।