ଛତ୍ରପୁର (ଏଟିଆର ବ୍ୟୁରୋ): ଢୋ ଢୋ ଶଦ୍ଧରେ କମ୍ପିଲା ଏରିଆ । ଏହା କୌଣସି ବାଣର ଶଦ୍ଧ ନଥିଲା । ବରଂ ଏହି ଶଦ୍ଧଟି ଥିଲା ଏକ ବେମାର । ଗଞ୍ଜାମ ଜିଲ୍ଲା କୋଦାଳ ଥାନା ଦିଗି ଗ୍ରାମରେ ଅଚାନକ୍ ବୋମା ଫୁଟି ଜଣେ ୮ ବର୍ଷର ବାଳକର ଅବସ୍ଥା ଗୁରୁତର ହୋଇପଡିଛି । ଆହି ବାଳକ ଜଣକର ନାଁ ନାରାୟଣ ସେଠୀ । ସେ ଖେଳୁଥିବା ସମୟରେ ବୋମା ଫୁଟିଥିଲା । ଫଳରେ ନାରାୟଣର ମୁହଁ ,ହାତ ଏବଂ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି । ନାରାୟଣକୁ ଚିକିତ୍ସା କରିବା ଲାଗି ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବଂ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ଅଘଟଣ ଗତକାଲି ଦିଗି ଗାଁରେ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଜଳରେ ଅସନ୍ତୋଷ ପ୍ରକାଶ ପାଇଛି । ବିସ୍ଫୋରଣର ଶଦ୍ଧ ଶୁୂଣି ଗାଁ ଲୋକେ ଧାଇଁ ଆସିଥିଲେ ଏବଂ ନାରାୟଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଏଠି ପ୍ରଶ୍ନ ଉଠୁଛି କି କିଏ ଏଭଳି କାଣ୍ଡ ରଚିଥିଲା । କେଉଁଠୁ ଆସିଲା ବୋମା । ଏହି ବୋମା ନାରାୟଣ ପାଇଁ ଖଞ୍ଜା ଯାଇଥିଲା ନା ଆଉ କାହା ଟାର୍ଗେଟରେ ଥିଲା । ଯଦି ନାରାୟଣ ପାଇଁ ଘଞ୍ଜା ଯାଇଥିଲା ତେବେ ଏହି ଛୋଟ ପିଲାଟର କ’ଣ ଦୋଷ ଏବଂ ତାର ଶତୃ କିଏ ହୋଇପାରେ । ଏହାବ୍ୟତିତ ଯଦି ଟାର୍ଗେଟରେ ନାରାୟଣ ନଥିଲା ତେବେ କାହା ପାଇଁ ଘଞ୍ଜା ଯାଇଥିଲା ଏହି ବୋମା । ଏଭଳି ଅଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ । ଏହାସହିତ ତୁରନ୍ତ ଏନେଇ ତଦନ୍ତ କରାଯିବ ସହିତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଲୋକେ ଦାବି କରିଛନ୍ତି ।