ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ); ଗଛରେ ପିଟି ହେଲା ବସ୍ । ଗାଡିର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଛି । ତେବେ ଭଗବାନଙ୍କ ଦୟାରୁ କୌଣସି ଯାତ୍ରୀ ମୃତାହତ ହୋଇନାହାଁନ୍ତି । ଏହି ଦୁର୍ଘଟଣାରେ ୧୮ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁଘଟଣା ଘଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡାର ବାସୁଦେବପାଲିଠାରେ ।
ମିଳିଥିବା ସୂଚନା ଅନୁଯାୟୀ ରବିବାର ଭୁବନେଶ୍ୱରରୁ ‘ସୁଜନ’ ନାମକ ଏକ ଘରୋଇ ବସ ବଲାଙ୍ଗୀର ଯାଉଥିଲା । ଭୋର ୪ଟା ସମୟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ତେବେ ଯାତ୍ରୀଙ୍କ କହିବା ମୁତାବକ ଡ୍ରାଇଭରଙ୍କ ଆଖି ଟିକେ ଲାଗି ଯିବାରୁ ସେ ଗାଡି ପିଟି ଦେଇଛନ୍ତି । ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲେ ।
ଆହତମାନଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀମାନେ ବୈାଦ୍ଧ,ବଲାଙ୍ଗୀର ଏବଂ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣା ପଡିଛି । ପୋଲିସ ବସଟିକୁ ଜବତ କରିଛି । ପାହାନ୍ତା ସମୟରେ ଦୁର୍ଘଟଣା ହୋଇଥିବାରୁ ଯାତ୍ରୀମାନେ ଠିକଣା ଜାଗାରେ ପହଁଞ୍ଚିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଲଗା ଗାଡି ଆସିବା ପର୍ଯ୍ୟନ୍ତ କେତେକ ଯାତ୍ରୀ ଅପେକ୍ଷା କରି ରହିଥିଲେ । ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି ।