ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ ପହଁଞ୍ଚି ପାରିଲେନି । ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ବସ୍ ସହ ସାମନା ସାମ୍ନାସାମ୍ନି ଧକ୍କା ହୋଇଥିଲା ଟ୍ରେଲର । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଆହତଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଟ୍ରେଲରକୁ ଜବତ କରିଛି । ବସ ଡ୍ରାଇଭର ଏବଂ ହେଲଫର ଫେରାର ହୋଇ ଯାଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରରୁ ବାରିପଦା ଆସୁଥିବା ଏକ ଯାତ୍ରୀବାହୀ ବସ ସହ ସାମ୍ନାସାମ୍ନି ଧକ୍କା ଟ୍ରେଲରର ଧକ୍କା ହୋଇଥିଲା । ଟ୍ରେଲରରେ ଥିବା ଲୁହା ସାମଗ୍ରୀ ବସ ଡ୍ରାଇଭରଙ୍କ ପାଶ୍ୱରେ ଥିବା ଝରକା ଭିତରକୁ ପଶି ଆସିଥିଲା । ଏହାପରେ ଡାହାଣ ପଟ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ କଟି ଯାଇଥିଲା । ଯାହା ଫଳରେ ଡାହାଣ ପଟେ ବସିଥିବା ଯାତ୍ରୀମାନେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ହିଁ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।
ସ୍ଥାନୀୟ ଲୋକ,ପୋଲିସ ଏବଂ ଦମକଳ ବାହିନୀ ମିଳିତ ଭାବରେ ଆହତଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲେ । ଆହତ ଏବଂ ମୃତକମାନେ ମୟୂରଭଞ୍ଜ ଜିଲ୍ଲାର ବୋଲି ଅନୁମାନ କରାଯାଉଛି । ୪ଜଣ ମୃତକଙ୍କ ପରିଚୟ ମିଳିପାରିନଥିଲା ।