ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରର ପୁନେ- ମୁମ୍ବାଇ ମୁଖ୍ୟ ରାସ୍ତାରେ ଗୋଟିଏ ବସ ନିୟନ୍ତ୍ରଣ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ବସଟି ୬୦ ଫୁଟ ତଳକୁ ଓଲଟି ପଡିଥିବା ସୂଚନା ମିଳିଛି । ଆଜି ସକାଳ ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସଟି କେଉଁ କାରଣରୁ ଓଲଟି ପଡିଥିଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।