ବାଲେଶ୍ୱର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ପ୍ରତ୍ୟେକ ଦିନ ସକାଳୁ ଖବର କାଗଜ ଖୋଲୁ ଖୋଲୁ ଦେଖିବାକୁ ମିଳୁଛି ଦୁର୍ଘଟଣା ଖବର । ଦୁର୍ଘଟଣାରେ ଚାଲିଯାଉଛି ବହୁ ଲୋକଙ୍କ ଜୀବନ ଏବଂ କ୍ଷତି ହେଉଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତି । ତେବେ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି । କିନ୍ତୁ ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଥିଲା ମାଲବାହୀ ଟ୍ରକ । ଧକ୍କାରେ ବସଟି ବ୍ରିଜ ତଳକୁ ଖସିପଡିଥିଲା ଓଚ୍ଛ କିନ୍ତୁ କେହି ଯାତ୍ରୀ ମୃତାହତ ହୋଇନାହାଁନ୍ତି ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ ପଛରେ ଟ୍ରକଟି ଧକ୍କା ଦେଇଥିଲା । ୧୬ ନମ୍ବର ଜାତୀୟ ରାଜପଥ ସରା ଉତ୍ତେରେଶ୍ୱର ବ୍ରିଜ ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସଟି ଓଭର ବ୍ରିଜ ତଳକୁ ଖସିପଡିଥିଲା । ତେବେ ବସରେ ଥିବା ୫୦ଜଣ ଯାତ୍ରୀ ସୁରକ୍ଷିତ ଥିବା ଶୁଣିବାକୁ ମିଳୁଛି । ଯଦିଓ ଯାତ୍ରୀଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁଥିଲେ ତେବେ ସେମାନଙ୍କର କାହାର ସେମିତି କିଛି ବିଶେଷ ଆଘାତ ହୋଇନାହିଁ ।
ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟିର ନାମ ହେଲା ସାହୁବୋଲି ଜଣାପଡିଛି । ବସଟି ଦୁଘଟଣା ପରେ ପୋଲ ଉପରେ ଝୁଲିରହିଛି । ରାତି ଅଧରେ ବସଟି ଦୁର୍ଘଟଣାର ଶିକାର ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।