ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା । ଏହି ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର ତିରୁପୁର ଜିଲ୍ଲା ଅବିନାଶୀ ସହର ନିକଟରେ ଘଟିଛି ।
ଆଜି ସକାଳୁ ରାଜ୍ୟ ସଡକ ପରିବହନ ନିଗମ ର ବସ୍ ସହ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ବସ୍ ରୁ ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ବସ୍ ର ସମ୍ମୁଖ ଭାବ ସମ୍ପୂର୍ଣ୍ଣ ଭାବେ ଟ୍ରକ୍ ତଳେ ପସିଯାଇଥିଲା । ଅପରପକ୍ଷେ ଏହି ଦୁର୍ଘଟଣା ନେଇ ପୋଲିସ ତଦନ୍ତ ଚଲାଇଛି ।
ରିପୋର୍ଟ ମୁତାବକ, ବସ୍ ଟି କର୍ଣ୍ଣାଟକର ବେଙ୍ଗାଲୁରୁରୁ କେରଳାର ଏର୍ଣ୍ଣାକୁଲମ ଯାଉଥିଲା । ଏନେଇ ଅବିନାଶୀର ଉପ ତହସିଲଦାର କହିଛନ୍ତି କି, ତିରୁପୁର ଜିଲ୍ଲାର ଅବିନାଶୀ ସହର ନିକଟରେ କେରଳ ରାଜ୍ୟ ସଡକ ପରିବହନ ନିଗମର ବସ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କକ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୫ ଜଣ ମହିଳା ଥିବା ଜଣାପଡିଛି ।