ଫୁଲବାଣୀ( ଏଟିଆର ବ୍ୟୁରୋ) : ଆମ୍ବ ହେଲା କାଳ । ଆମ୍ବ ତୋଳିତବାକୁ ଯାଇ ଗଲା ଜୀବନ । ଏମିରିତି ଏକ ଅଭାବନୀୟ ଘଟଣା ଘଟିଛି ଫିରିଙ୍ଗିଆ ବନ୍ଧ ବାଡରେ । ପତିପତ୍ନୀ ଆମ୍ବ ତୋଳଥିବା ବେଳେ ବଦ୍ୟୁତ ତାରରେ ଲାଗି ହୋଇଛି ମୃତ୍ୟୁ । ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଆମ୍ବ ତୋଳିବାକୁ ରାସ୍ତା ପାଖକୁ ଯାଇଥିଲେ । ରାସ୍ତାରେ ଥିବା ଗଛରୁ ଆମ୍ବ ତୋଳିବା ବେଳେ ଗଛ ପାଖ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଉଭୟ ମୃତ୍ୟୁ ବରଣ କରିଛନ୍ତି ।
ତେବେ ପୂର୍ବରୁ ସେ ଆମ୍ବ ଗଛ ଦେଇ ଯାଇଥିବା ବିଦ୍ୟୁତ ତାର ଅଗରୁ ଛିଣ୍ଡି ଗଛରେ ଲାଗିଥିଲା ଯାହା ଏମାନେ ଜାଣିପାରି ନଥିଲେ । ଯାହାଫଳରେ ଉଭୟ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ । ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଟା କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।
ମୃତ ଦମ୍ପତ୍ତି ହେଲେ ଦଶରଥ ଧୁକ୍ତା ଓ ସରୋଜିନୀ ଧୁକ୍ତା । ଉଭୟେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଲରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ୧୧ କେଭି ତାର ଛିଣ୍ଡିଥିବା ବେଳେ କେମିତି ସେଥିରେ ଲାଇନ ଥିଲା ତାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ।