ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାଲିପାଟଣାରେ ବାଣ ବିସ୍ଫୋରଣ । ବାଣ କାରଖାନାରେ କାମ କରୁଥିବା କାରିଗର ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିବା ଜଣା ପଡିଛି । ଆହତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ବେହେରା । ତାଙ୍କ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲିପାଟଣା ଥାନା ଅନ୍ତର୍ଗତ ବାଲିଅନ୍ତାରେ ଘଟିଛି ଏହି ବାଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ବାଣ କାରଖାନା ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଛି । ବିସ୍ଫୋରଣ ଘଟିବା ପରେ ସ୍ଥାନୀୟ ଲୋକ ଭୟଭିତ ହୋଇ ଯାଇଛନ୍ତି ।
ମିଳିଥିବା ସୂଚନା ମୁତାବକ ବାଣ କାରଖାନାର ମାଲିକ ବାଙ୍କ ବିହାରୀ ବେହେରା ଦୀର୍ଘ ଦିନ ହେବ ବେଆଇ ଭାବରେ ଏଠାରେ ବାଣ ତିଆରି କରୁଛନ୍ତି । ତେବେ ପୋଲିସ ପାଖରେ ଖବର ଥିଲେ ସୁଦ୍ଧା କେବେ ବାରଣ ହୋଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଆଜି ସକାଳୁ କାମ କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଥିବା ଲୋକମାନେ ଯାଇ ଲକ୍ଷ୍ମୀଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ବାଣ ବିସ୍ଫୋରଣ ହେବା ପରେ ସ୍ଥାନୀୟ ଲୋକ ଡରି ଯାଇଛନ୍ତି । ସେପଟେ ବେଆଇ ବାଣ କାରଖାନା ଚାଲିଥିଲେ ସୁଦ୍ଧା ପୋଲିସ ଚୁପ ରହିଥିବାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଘଟଣା ଘଟିବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନଥିବା ଶୁଣିବାକୁ ମିଳୁଛି ।